ଶାରଳା ଘଟନୃତ୍ୟ
ଭାରତ ବର୍ଷର ପାଚୀନ ଲୋକକଳା-ଲୋକସଂଗୀତ ଓ ଲୋକନୃତ୍ୟ ସମ୍ପ୍ରତି ଆନ୍ତର୍ଜାତୀୟ କ୍ଷେତ୍ରରେ ଯଥେଷ୍ଟ ସୁଖ୍ୟାତି ଅର୍ଜନ କରିବା ସହିତ ଉକୃଷ୍ଟ କଳାର କ୍ଷେତ୍ର ପୂଣ୍ୟଭୂମି ଓଡ଼ିଶାରେ ପ୍ରଚଳିତ ହୋଇ ଆସୁଥିବା କେତେକ ପ୍ରାଚୀନ ଲୋକନୃତ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛି ମାତ୍ର ବର୍ତ୍ତମାନ ଉପଯୁକ୍ତ ପ୍ରଶିକ୍ଷଣ ତଥା ସରକାରୀ ପ୍ରୋତ୍ସାହନ ଅଭାବରୁ କେତେକ ପ୍ରାଚୀନ ଲୋକନୃତ୍ୟ ଲୋପ ପାଇବାକୁ ବସିଲାଣି ଏଥିପାଇଁ କଳା ସଂସ୍କୃତିପ୍ରେମୀ ଚିନ୍ତାଶୀଳ ବୁଦ୍ଧିଜୀବିମାନେ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି ସେଥିମଧ୍ୟରୁ ଓଡ଼ିଶାର ସର୍ବପ୍ରାଚୀନ ତନ୍ତ୍ରଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ “ଶାରଳା ଘଟନୃତ୍ୟ” ଆଜି ମାଟିରେ ମିଶିବାକୁ ବସିଲାଣି ଓଡ଼ିଶୀ ସମେତ ଓଡ଼ିଶାର ଅନ୍ୟାନ୍ୟ ନୃତ୍ୟ ଆଜି ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଘଟପାଟୁଆ ନୃତ୍ୟ ତନ୍ତ୍ରଭିତ୍ତିକ ଓ ଆଧ୍ୟାତ୍ମିକ ଲୋକନୃତ୍ୟ ଭାବେ ସୁବିଖ୍ୟାତ ଦୀର୍ଘ ୨୦୦୦ବର୍ଷ ତଳେ ଏହି ଅଲୌକିକ ଓ ବିସ୍ମୟକର ଘଟନୃତ୍ୟର ପ୍ରଚଳନ ଆରମ୍ଭ ହୋଇଥିଲା ମାତୃଶକ୍ତିର ଅଲୌକିକ ମହାମହିମା ଲୀଳାର ପ୍ରଚାର ପ୍ରସାର ପାଇଁ ପରବର୍ତ୍ତୀ ସମୟରେ ରଣପାନୃତ୍ୟର ପ୍ରଚଳନ ଆରମ୍ଭ ହୋଇଥିଲା
ଘଟପାଟୁଆ ନୃତ୍ୟର ପୌରାଣିକ ମତ
[ସମ୍ପାଦନା]ସତ୍ୟଯୁଗରେ ତାରକାସୁର ନାମରେ ଜଣେ ରାକ୍ଷସ ଭଗବାନ ଶଙ୍କରଙ୍କ ବରଦାନରେ ବଳିୟାନ ହୋଇ ପ୍ରବଳ ପ୍ରତାପୀ ଓ ପରାକ୍ରମୀ ହୋଇ ଉଠିଲା ସେହି ତାରକାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବ-ନର-ଗନ୍ଧର୍ବ-କିନ୍ନର ଭୟରେ ଥରହର ହୋଇ ତ୍ରାହି ତ୍ରାହି ଡାକିଲେ ସମସ୍ତେ ମିଳିମିଶି ଆଦ୍ୟାଶକ୍ତି ମହାମାୟାଙ୍କର ଶରଣାପନ୍ନ ହେବାରୁ ଦେବୀ ଅର୍ଦ୍ଧନାରୀଶ୍ୱର ରୂପରେ ଦେବୀ ତାରକାସୁର ନିଧନର ବିଜୟ ଉତ୍ସବ ପାଳିତ ହେଉଥିଲା ସେହି ପରମ୍ପରାକୁ ଆଧାର କରି ଘଟପାଟୁଆମାନେ ଏହି ଅର୍ଦ୍ଧନାରୀଶ୍ୱର ବେଶ ଧାରଣ କରି ଘଟନୃତ୍ୟ ପ୍ରଦର୍ଶନ କରିଥାନ୍ତି ମୀନସଂକ୍ରାନ୍ତିଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଘଟପାଟୁଆମାନେ ପୁରପଲ୍ଲୀରୁ ସହରନଗରୀ ପର୍ଯ୍ୟନ୍ତ ବୁଲିବୁଲି ଘଟନୃତ୍ୟ ପରିବେଷଣ କରିବା ପରେ ମହାବିଷୁବ ସଂକ୍ରାନ୍ତି ଝାମୁଯାତ୍ରା ଦିନ ଅଗ୍ନିପରୀକ୍ଷା ଦେଇ ନିଜନିଜ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି ପ୍ରଚଣ୍ଡ ରୌଦ୍ର ତାପ ବୈଶାଖ ମାସ ମଧ୍ୟାହ୍ନ ସମୟରେ ଘଟପାଟୁଆମାନେ ଘଟଦଣ୍ଡକୁ ମୁଣ୍ଡରେ ଧାରଣ କରି ଖାଲିପାଦରେ ପ୍ରଜ୍ଜଳିତ ଅଗ୍ନିକୁଣ୍ଡ ମଧ୍ୟରେ ପ୍ରବେଶ କରି ମାତୃଶକ୍ତିର ଅଲୌକିକ ମହିମା ପ୍ରତି ଭକ୍ତମାନଙ୍କୁ ଆକୃଷ୍ଟ କରିଥାନ୍ତି ସାଧାରଣତଃ ପୁରପଲ୍ଲୀର ଅଧିବାସୀମାନେ ଏହି ଘଟପାଟୁଆମାନଙ୍କୁ ମା’ଙ୍କର ଚଳନ୍ତି ପ୍ରତିନିଧିଭାବେ ଗ୍ରହଣ କରି ହଳଦୀପାଣିରେ ଗୋଡ ଧୋଇଦେବା ପରେ ଧୂପ, ଦୀପ, ବସ୍ତ୍ର, ଫୁଲ ଫଳ ଓ ତଣ୍ଡୁଳ ଆଦି ଦେଇ ଘଟଦଣ୍ଡକୁ ପୂଜା କରିଥାନ୍ତି ଘଣ୍ଟବାଦ୍ୟର ଘୋର ଘର୍ଘର ନାଦର ତାଳେ ତାଳେ ଘଟପାଟୁଆମାନେ ବିଭିନ୍ନ ଅଙ୍ଗମୁଦ୍ରା ପ୍ରଦର୍ଶନ କରିଥାନ୍ତି ଏହି ଅଲୌକିକ ଅଙ୍ଗମୁଦ୍ରା ଓ ନୃତ୍ୟର ବୈଚିତ୍ର ଲୋକମାନଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ ଦୀର୍ଘ ଏକମାସ ଧରି ଉଦୁଉଦିଆ ଖରାବେଳେ ଲହୁଲୁହକୁ ତିଳତିଳ କରି ଦଗ୍ଧ କରୁଥିବା ଏହି ଘଟପାଟୁଆମାନେ ଯାହାକିଛି ଅର୍ଥ ଉପାର୍ଜନ କରନ୍ତି ସେଥିରେ ବର୍ଷସାରା ଯେନତେନ ପ୍ରକାରରେ ସେମାନଙ୍କ ପରିବାର ଭରଣ ପୋଷଣ କରିଥାନ୍ତି
ଘଟପାଟୁଆର ବେଶଭୂଷା
[ସମ୍ପାଦନା]ଘଟନୃତ୍ୟକାରୀ ଘଟପାଟୁଆମାନେ ପାଦରେ ଝୁମ୍ପା, କଟିଦେଶରେ ବିଭିନ୍ନ ରଙ୍ଗର ଶାଢ଼ୀର ଘାଗରା, ଦେହରେ ବ୍ଳାଉଜ, ମୁଣ୍ଡରେ ଖୋସା, ମଥାରେ ଫୁଲ ଝୁମ୍ପା, ହାତରେ ଚୁଡ଼ି, ବାହୁରେ ବଳା ପିନ୍ଧି ନିଜକୁ ସଜ୍ଜିତ କରିଥାନ୍ତି ଗୋଟିଏ କାଷ୍ଠ ନିର୍ମିତ ଦଣ୍ଡର ଉପରିଭାଗରେ ଏକ ଜଳପୂର୍ଣ୍ଣ କୁମ୍ଭକୁ ରଖାଯାଏ, ତା’ଉପରେ ଡମ୍ବରୁ ଆକୃତିର ନଡ଼ିଆ ଖଡ଼ିକାରେ ତିଆରି ଏକ ଆବରଣ ଦିଆଯାଏ ଏହାର ଚତୁଃପାର୍ଶ୍ୱକୁ ପୁଷ୍ପ ଆଚ୍ଛାଦିତ କରାଯାଏ କଳସ ଉପରେ ଗୋଟିଏ କଦଳୀଭଣ୍ଡାର ମରାଯାଏ ସେହି କଦଳୀଭଣ୍ଡାର ଉପରେ ଅରଖ ଫୁଲ ଓ ମନ୍ଦାର ଫୁଲରେ ଗୁନ୍ଥା ଯାଇଥିବା ଦଶଗୋଟି ପୁଷ୍ପଗୁଚ୍ଛକୁ ଖୋସାଯାଏ [୧]
ଆଧାର
[ସମ୍ପାଦନା]- ↑ ରମାକାନ୍ତ ରାଉଳ, ସୂର୍ଯ୍ୟପ୍ରଭା, ପୃଷ୍ଠା-୮, ଗୁରୁବାର, ୨୬ଅପ୍ରେଲ ୨୦୧୨