ଦୁଃଖୀରାମ ସ୍ୱାଇଁ
ଦୁଃଖୀରାମ ସ୍ୱାଇଁ | |
---|---|
ଜନ୍ମ | ଦରବା, ଜଗତସିଂହପୁର, ଓଡ଼ିଶା | ୨୩ ଅପ୍ରେଲ ୧୯୨୫
ମୃତ୍ୟୁ | ୧୮ ଜାନୁଆରୀ ୧୯୯୫ କଟକ | (ବୟସ ୬୯)
ଜାତୀୟତା | ଭାରତୀୟ |
ବୃତ୍ତି | କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୧୯୬୦-୧୯୯୪ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତା |
ବୈବାହିକ-ସାଥୀ | ହେମଲତା ସ୍ୱାଇଁ |
ଦୁଃଖୀରାମ ସ୍ୱାଇଁ (୨୩ ଅପ୍ରେଲ ୧୯୨୫ - ୧୮ ଜାନୁଆରୀ ୧୯୯୫)[୧] ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ କଥାଚିତ୍ରରେ ଖଳ, ହାସ୍ୟ ଓ ଚରିତ୍ର ଆଦି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟରେ ପାରଦର୍ଶିତା ନିମନ୍ତେ ସେ ୧୯୯୪ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।[୨] ଏଥି ସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
ଜୀବନୀ
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦୁଃଖୀରାମ ସ୍ୱାଇଁ ୧୯୨୫ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ଥିତ ଦରବାଠାରେ ଜନ୍ମଗ୍ରହଣ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]ସ୍କୁଲରେ ପଢ଼ିବା ଦିନରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ଘର ଛାଡ଼ି କଟକ ଆସି କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗଦେଇଥିଲେ । ପଟ୍ଟନାୟକଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢ଼ା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ । ତେବେ ପରେ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟ ଆରମ୍ଭ କରିଥିଲେ ।[୪] ସେ ସଦାନନ୍ଦ ନାଟ୍ୟ ନିକେତନ ଓ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।[୫]
ମୃତ୍ୟୁ
[ସମ୍ପାଦନା]୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମ ସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା ।
କଥାଚିତ୍ରରେ ଅଭିନୟ
[ସମ୍ପାଦନା]ଦୁଃଖୀରାମ ସ୍ୱାଇଁ ୧୯୬୦ ମସିହାରେ ଶ୍ରୀ ଲୋକନାଥ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିଲେ । ସେ ମୋଟ ୪୬ଟି ଓଡ଼ିଆ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୭
- ପୁଅ ମୋର କଳା ଠାକୁର, ୧୯୮୮
- ସ୍କୁଲ ମାଷ୍ଟର, ୧୯୮୫
- ଯାଯାବର, ୧୯୭୫
- ଅଦିନ ମେଘ, ୧୯୭୦
- ମାଟିର ମଣିଷ, ୧୯୬୬[୬]
- ଶ୍ରୀ ଲୋକନାଥ, ୧୯୬୦
ପୁରସ୍କାର
[ସମ୍ପାଦନା]- ଜୟଦେବ ପୁରସ୍କାର - ୧୯୯୪[୭]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ଆଧାର
[ସମ୍ପାଦନା]- ↑ "ସ୍ମୃତିରେ ଦୁଃଖିରାମ ସ୍ୱାଇଁ". ପ୍ରମେୟ. Archived from the original on 21 January 2017. Retrieved 19 January 2017.
- ↑ http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms
- ↑ "ଆଜି ଜନ୍ମଦିନ". sambadepaper.com/. ସମ୍ବାଦ. Archived from the original on 2020-04-23. Retrieved 23 April 2020.
- ↑ Candraśekhara Nanda (2001). Anubhūti darpaṇare Oḍiā nāṭaka. Oḍiśā Saṅgīta Nāṭaka Ekāḍemī.
- ↑ http://www.telegraphindia.com/1131222/jsp/frontpage/story_17707168.jsp#.Vpy2v08wDSg
- ↑ Link: Indian Newsmagazine. 1967.
- ↑ "ଦୁଃଖୀରାମ ସ୍ୱାଇଁ". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 18 January 2016.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୁଃଖୀରାମ ସ୍ୱାଇଁ