ନୈନା ଦାସ
ନୈନା ଦାସ | |
---|---|
ଜନ୍ମ | ଜୁନ ୧୯୯୦ |
ବୃତ୍ତି(ସମୂହ) | (ଓଡ଼ିଆ) ଅଭିନେତ୍ରୀ ଉପସ୍ଥାପିକା |
ସକ୍ରିୟ ବର୍ଷ | ୨୦୦୨- ଏବେଯାଏଁ |
ବୈବାହିକ-ସାଥୀ | ସିଦ୍ଧାର୍ଥ ତିୱାରୀ |
ନୈନା ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହ ତେଲୁଗୁ, ଛତିଶଗଡ଼ି ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନୈନା ମାତ୍ର ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ପ୍ରଥମ ସ୍ୱରରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପରେ ୨୦୦୨ରେ ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ଦୁହିତାରେ ଅଭିନୟ ଆରମ୍ଭ କରିଥିଲେ । ନୈନା ୨୦୦୨ ମସିହାରେ ମା ମଙ୍ଗଳା ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ ଭଳି ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଏବଂ ଧାରାବାହିକ ସହ ସେ କିଛି ମଞ୍ଚରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ସହ ସେ ଏମିତି ରଙ୍ଗ ଦେ ଲୋ ଫୁଲ, ଡେଉଁଚି ମୋ ବାଆଁ ଆଖି ଭଳି ଓଡ଼ିଆ ଅଲବମ୍ରେ ମଧ୍ୟ ଅଭିନୟ କରିଛନ୍ତି ।[୧]
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ନୈନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ସେଠାରେ ଓଡ଼ିଶୀ ରାଗରେ ଶିକ୍ଷା ଗ୍ରହଣ କରୁଥିଲେ । ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ଏହା ପରେ ସେ ରିଜିଓନାଲ କଲେଜ ଓଫ ମ୍ୟାନେଜମେଣ୍ଟରେ ସେ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ନୈନା ୧୨ ବର୍ଷ ବୟସରେ ଓ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ସେ ଦୂରଦର୍ଶନରେ ଦୁହିତା, ସୁନା କଳସ ଭଳି କିଛି ଧାରାବାହିକରେ ମୁଖ୍ୟ ନାୟିକା ଅଥବା ସହକାରୀ କଳାକାର ଭାବରେ ଅଭିନୟ କରିଥିଲେ । ଏଥି ସହ ସେ ଓଡ଼ିଆ ଅଲବମ୍ରେ ମଧ୍ୟ ଅଭିନୟ କରିଥିଲେ । ୨୦୦୨ ମସିହାରେ ନୈନା ଓଡ଼ିଆ ଚଳଚ୍ଚିତ୍ର ମା ମଙ୍ଗଳାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଶାଶୁଘର ଚାଲିଯିବି, ପୂଜା ପାଇଁ ଫୁଲଟିଏ, ମୁନ୍ନା- ଏ ଲଭ୍ ଷ୍ଟୋରୀ, ବାହୁଡ଼ିବେ ମୋ ଜଗାବଳିଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ କିଛି ମଞ୍ଚରେ ମଧ୍ୟ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।[୨] ନୈନା ଓଡ଼ିଆ କଥାଚିତ୍ର ସହ ବଙ୍ଗଳା, ତେଲୁଗୁ[୩] ଏବଂ ଛତିଶଗଡ଼ି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ବିବାହ ପରେ ସେ କିଛିବର୍ଷ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ, ଏବଂ ଜୀ ସାର୍ଥକରେ ପ୍ରସାରିତ କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀରେ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ । ୨୦୨୨ ମସିହାରେ ସେ ଷ୍ଟାର୍ କିରଣର ଏକ ଧାରାବାହିକ ଶାନ୍ତିରେ ମୁଖ୍ୟ ନାୟିକା ଭୂମିକାରେ କାର୍ଯ୍ୟ କରିଥିଲେ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୨୦୦୨ | ମା ମଙ୍ଗଳା | ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ |
୨୦୦୩ | ବାହୁଡ଼ିବେ ମୋ ଜଗାବଳିଆ | |
୨୦୦୫ | ମୋ ମନ ଖାଲି ତୋରି ପାଇଁ | ଅତିଥି କଳାକାର |
୨୦୦୬ | ଶାଶୁଘର ଚାଲିଯିବି | |
୨୦୦୭ | ପୂଜା ପାଇଁ ଫୁଲଟିଏ | |
୨୦୦୮ | ମୁନ୍ନା- ଏ ଲଭ୍ ଷ୍ଟୋରୀ | |
୨୦୦୯ | ଆ ଜହ୍ନରେ ଲେଖିବା ନାଆଁ | ଅତିଥି କଳାକାର |
୨୦୦୯ | ଜନସନ୍ ବାଏ ଡୋଲୁ | ତେଲୁଗୁ କଥାଚିତ୍ର |
୨୦୧୦ | ଶମ୍ଭୁ ଶିବ ଶମ୍ଭୁ | ତେଲୁଗୁ କଥାଚିତ୍ର |
୨୦୧୬ | ତୁମକୁ ଦେଖିଲା ପରେ |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
---|---|---|---|
ଦୁହିତା | ଡିଡି ଓଡ଼ିଆ | ପ୍ରଥମ ଓଡ଼ିଆ ଧାରାବାହିକ | |
ସୁନା କଳସ | ଡିଡି ଓଡ଼ିଆ | ||
ତୁଳସୀ | ଇ ଟିଭି ଓଡ଼ିଆ | ନୀଳିମା | |
ଶାନ୍ତି | ଷ୍ଟାର କିରଣ | ଶାନ୍ତି |
ଆଧାର
[ସମ୍ପାଦନା]- ↑ Sahu, Diana (29 March 2010). "Dashing to study and shoot". New India Express. Archived from the original on 28 March 2017. Retrieved 25 March 2017.
- ↑ "Naina Dash- A Multi Talented Actress Biography". E News ଓଡ଼ିଆ. Retrieved 25 March 2017.
- ↑ "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
- ↑ "ତୁମକୁ ଶୁଣୁଥିବା ଲୋକ ପାଖରେ ରହିବ ଉଚିତ: ନୈନା ଦାସ". ସମ୍ବାଦ. ଭୁବନେଶ୍ୱର (ମହାନଗର). 26 Jun 2022. p. ୧୧. Archived from the original on 5 July 2022. Retrieved 5 July 2022.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନୈନା ଦାସ