ହାଇପୋପିଟୁଇଟାରୀଜିମ
Hypopituitarism | |
---|---|
ବିଭାଗ | Endocrinology |
ଲକ୍ଷଣ | Adrenal insufficiency, hypothyroidism, hypogonadism, GH deficiency, ADH deficiency, vision loss, headaches[୧] |
ଆକ୍ରାନ୍ତ ସମୟ | Gradual or sudden[୨] |
କାରଣ | Pituitary tumors, tumors near the pituitary, pituitary apoplexy, traumatic brain injury, pituitary surgery or radiation therapy, hypophysitis[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests, medical imaging[୧] |
ଔଷଧ | Thyroxine, hydrocortisone, sex steroids, growth hormone, desmopressin[୨] |
ଚିକିତ୍ସା | Depends on the underlying cause and missing hormones[୧] |
Prognosis | Usually good with treatment[୨][୧] |
ପୁନଃପୌନିକ | 1 in 2,000 (Spain)[୧] |
ହାଇପୋପିଟୁଇଟାରୀଜିମ ବା ସ୍ୱଳ୍ପ ପିଟୁଇଟାରିତ୍ୱରେ ମାନବ ମସ୍ତିଷ୍କର ନିମ୍ନ ଭାଗରେ ଥିବା ପିଟୁଇଟାରି ଗ୍ରନ୍ଥିରୁ ଏକ ବା ଏକାଧିକ ହରମୋନ କ୍ଷରଣ କମିଯାଏ ।[୨] ହରମୋନର ପ୍ରକାର ଏବଂ ଏହାର ଅନ୍ତର୍ନିହିତ କାରଣ ଉପରେ ଲକ୍ଷଣଗୁଡ଼ିକ ନିର୍ଭର କରି ଭିନ୍ନ ଭିନ୍ନ ହୋଇଥାଏ। [୧] ଏଥିରେ ଆଡ୍ରେନାଲ୍ ଅଭାବ, ହାଇପୋଥାଇରଏଡିଜିମ୍, ହାଇପୋଗାନାଡିଜ୍ମ, ଗ୍ରୋଥ ହରମୋନ ଅଭାବ, ଏଡିଏଚ ଅଭାବ, ଦୃଷ୍ଟିଶକ୍ତି ହ୍ରାସ ଏବଂ ମୁଣ୍ଡବିନ୍ଧା ଇତ୍ୟାଦି ଲକ୍ଷଣ ଦେଖାଯାଏ | [୧] ଲକ୍ଷଣମାନ ଧୀରେ ଧୀରେ କିମ୍ବା ହଠାତ୍ ଆରମ୍ଭ ହୋଇପାରେ | [୨]
କାରଣଗୁଡିକ ମଧ୍ୟରେ ପିଟୁଇଟାରୀ ଅର୍ବୁଦ, (୬୦%), ପିଟୁଇଟାରୀ ନିକଟରେ ଥିବା ଅର୍ବୁଦ, ପିଟୁଇଟାରୀ ଆପୋପ୍ଲେକ୍ସି, ଆଘାତ ଜନିତ ମସ୍ତିଷ୍କ କ୍ଷତି, ପିଟୁଇଟାରୀ ଅସ୍ତ୍ରୋପଚାର, ବିକିରଣ ଥେରାପି ଏବଂ ହାଇପୋଫିସାଇଟିସ ଥାଇପାରେ । [୧] ପ୍ରାୟ ୧୦% କ୍ଷେତ୍ରରେ ଏହାର କାରଣ ଜଣା ପଡିନାହିଁ। [୩] ରକ୍ତରେ ହର୍ମୋନ୍ ସ୍ତର ଏବଂ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ | [୧] ଗୋଟିଏ ହରମୋନର ଅଭାବକୁ ସିଲେକ୍ଟିଭ୍ ହାଇପୋପିଟୁଇଟାରିଜିମ୍ କୁହାଯାଏ; ଯଦି ଅଧିକାଂଶ କିମ୍ବା ସମସ୍ତ ହରମୋନ ସ୍ତର ହ୍ରାସ ପାଏ, ତେବେ ପାନହାଇପୋପିଟୁଇଟାରିଜିମ୍ ଶବ୍ଦ ବ୍ୟବହୃତ ହୁଏ | [୪]
ଏହାର ମୂଳ କାରଣ ଉପରେ ଆଂଶିକ ଚିକିତ୍ସା ନିର୍ଭର କରେ | [୧] ଅଧିକାଂଶ ହରମୋନ୍ ଅଭାବକୁ ଟାବଲେଟ୍ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଥାଇରକ୍ସିନ,ହାଇଡ୍ରୋକୋର୍ଟିଜୋନ, ଯୌନ ସ୍ଟିରଏଡ, ଗ୍ରୋଥ ହରମୋନ କିମ୍ବା ଡେସମୋପ୍ରେସିନ୍ ଦେଇ ଚିକିତ୍ସା କରାଯାଇପାରେ । [୨] ହଠାତ୍ ଆରମ୍ଭ ହେଲେ ଦ୍ରୁତ କର୍ଟିସୋଲ ପ୍ରତିସ୍ଥାପନ କରାଯାଏ | [୨] ଏଥିରେ ମୃତ୍ୟୁର ଆଶଙ୍କା ଅଧିକ ଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସାରେ ଫଳାଫଳ ସାଧାରଣତଃ ଭଲ ହୋଇଥାଏ | [୨] [୧]
ସ୍ପେନ ଦେଶରେ ହାଇପୋପିଟ୍ୟୁରିଜିମ ୨,୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି | [୧] ପୂର୍ବରୁ ମସ୍ତିଷ୍କ ଆଘାତପ୍ରାପ୍ତ ଲୋକଙ୍କଠାରେ ଏହାର ରୋଗ ନିର୍ଣ୍ଣୟ କମ୍ ହୋଇପାରେ। [୫] ଏହି ଅବସ୍ଥା ପ୍ରଥମେ ୧୯୧୪ ମସିହାରେ ଜର୍ମାନ ଚିକିତ୍ସକ ମୋରିସ ସିମଣ୍ଡସ ପ୍ରଥମେ ବର୍ଣ୍ଣନା କରିଥିଲେ । [୬] [୭]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Gounden, V; Jialal, I (January 2021). "Hypopituitarism". PMID 29262053.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Higham, CE; Johannsson, G; Shalet, SM (12 November 2016). "Hypopituitarism". Lancet (London, England). 388 (10058): 2403–2415. doi:10.1016/S0140-6736(16)30053-8. PMID 27041067.
- ↑ Schneider HJ, Aimaretti G, Kreitschmann-Andermahr I, Stalla GK, Ghigo E (April 2007). "Hypopituitarism". Lancet. 369 (9571): 1461–70. doi:10.1016/S0140-6736(07)60673-4. PMID 17467517.
- ↑ Lewis, Sharon L.; Bucher, Linda; Heitkemper, Margaret M.; Harding, Mariann M.; Kwong, Jeffrey; Roberts, Dottie (2016). Medical-Surgical Nursing - E-Book: Assessment and Management of Clinical Problems, Single Volume (in ଇଂରାଜୀ). Elsevier Health Sciences. p. 1158. ISBN 978-0-323-37143-8.
- ↑ Schneider HJ, Aimaretti G, Kreitschmann-Andermahr I, Stalla GK, Ghigo E (April 2007). "Hypopituitarism". Lancet. 369 (9571): 1461–70. doi:10.1016/S0140-6736(07)60673-4. PMID 17467517. S2CID 208789791.
- ↑ Simmonds (1914). "Über hypophysisschwund mit todlichem ausgang". Dtsch Med WSCHR. 40 (7): 322–323. doi:10.1055/s-0029-1190185.
- ↑ Bynum, W. F.; Porter, Roy (2013). Companion Encyclopedia of the History of Medicine (in ଇଂରାଜୀ). Routledge. p. 501. ISBN 978-1-136-11036-8.