ମଳଦ୍ୱାର କର୍କଟ
Anal cancer | |
---|---|
ବିଭାଗ | Oncology |
ଲକ୍ଷଣ | Anal bleeding or lump[୧] |
ଆକ୍ରାନ୍ତ ସମୟ | Age over 45 years[୨] |
ବିପଦ କାରକ | Human papillomavirus (HPV), HIV/AIDS, receptive anal sex, smoking, many sexual partners[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Physical examination, tissue biopsy[୧] |
ସଠିକ ରୋଗ ନିର୍ଣ୍ଣୟ | Anal warts, hemorrhoids, anal fissure[୩] |
ପ୍ରତିକାର | HPV vaccination, avoiding risk factors[୪] |
ଚିକିତ୍ସା | Radiation therapy, chemotherapy, surgery[୧] |
Prognosis | Five year survival ~68% (US 2015)[୨] |
ପୁନଃପୌନିକ | 8,300 (US 2019)[୨] |
ମୃତ୍ୟୁ ସାନ୍ଦ୍ରତା | 1,280 (US 2019)[୨] |
ମଳଦ୍ୱାର କର୍କଟ ଏକ ପ୍ରକାର କର୍କଟ ରୋଗ ଯାହା ପାଇଅନ୍ତନଳୀର ଶେଷ ଭାଗରେ ଥିବା ମଳଦ୍ୱାରରୁ ସୃଷ୍ଟି ହୁଏ ।[୧] ଏହି ରୋଗରେ ମଳଦ୍ୱାର ପାଖରେ ଗୋଟାଳି ସୃଷ୍ଟି ହୁଏ ବା ମଳଦ୍ୱାରରୁ ରକ୍ତସ୍ରାବ ହୁଏ | [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମଳଦ୍ୱାରରେ ଯନ୍ତ୍ରଣା, ଗଲୁ କିମ୍ବା ତରଳ ପଦାର୍ଥ ନିର୍ଗତ ହୋଇପାରେ।[୧] ଅନ୍ତନଳୀର ଗତି ପରିବର୍ତ୍ତନ ମଧ୍ୟ ହୋଇପାରେ | [୧]
ବିପଦ କାରଣ ମଧ୍ୟରେ ମାନବ ପାପିଲୋମାଭୂତାଣୁ (ଏଚପିଭି) (HPV), ଏଚ୍.ଆଇ.ଭି / ଏଡସ୍, ଏକାଧିକ ଯୌନ ସାଥୀ, ଧୂମପାନ ଏବଂ ମଳଦ୍ୱାର ମୈଥୁନ ଅନ୍ତର୍ଭୁକ୍ତ ହୋଇପାରେ | [୧] ମଳଦ୍ୱାର କର୍କଟ ସାଧାରଣତଃ ଏକ ପ୍ରକାର ସ୍କ୍ୱାମସ ସେଲ କର୍କଟ ରୋଗ | [୫] ଆଡେନୋକାର୍ସିନୋମା, ସ୍ମଲ ସେଲ କାର୍ସିନୋମା ଓ ମେଲାନୋମା ଯୋଗୁ ମଧ୍ୟ ଏହି ରୋଗ ସଙ୍କଟ ଆସିପାରେ ।[୫] ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରିବା ପରେ ତନ୍ତୁ ବାୟୋପ୍ସି କରି ସୁନିଶ୍ଚିତ କରାଯାଏ।[୧]
ବିପଦ କାରଣ ଗୁଡ଼ିକ ଏଡ଼େଇବା ଏବଂ ଏଚପିଭି ଟିକା ଦେଇ ଏହି ରୋଗକୁ ପ୍ରତିରୋଧ କରାଯାଇ ପାରେ | [୬] ମାନକ ଚିକିତ୍ସାରେ ବିକିରଣ ଥେରାପି, କେମୋଥେରାପି ଓ ଅସ୍ତ୍ରୋପଚାର କରି ଏହାର ଚିକିତ୍ସା କରାଯାଏ । ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୮,୩୦୦ ଲୋକଙ୍କର ଏହି ରୋଗ ନିର୍ଣ୍ଣୟ ହୁଏ ଯାହାକି ପ୍ରାୟ ୦.୫% ନୂତନ କର୍କଟ ରୋଗର ପ୍ରତିନିଧିତ୍ୱ କରିଥାଏ।[୨] ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ହୋଇଥାଏ।[୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି।[୨] ୧୯୯୦ ମସିହା ପରଠାରୁ ଏହି ରୋଗ ସଂଖ୍ୟା ବୃଦ୍ଧି ପାଇଛି।[୫] ଯୁକ୍ତରାଷ୍ଟ୍ରରେ ଏହି ରୋଗରେ ବଞ୍ଚିବା ହାର ପ୍ରାୟ ୬୮% ଅଟେ।[୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Anal Cancer Treatment". National Cancer Institute (in ଇଂରାଜୀ). 2018. Retrieved 30 May 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Cancer of the Anus, Anal Canal, and Anorectum - Cancer Stat Facts". SEER (in ଇଂରାଜୀ). Retrieved 30 May 2019.
- ↑ Garden, O. James; Bradbury, Andrew W.; Forsythe, John L. R.; Parks, Rowan W. (2012). Principles and Practice of Surgery E-Book (in ଇଂରାଜୀ). Elsevier Health Sciences. p. 272. ISBN 9780702051166.
- ↑ "Anal Cancer Prevention". National Cancer Institute (in ଇଂରାଜୀ). 14 February 2014. Retrieved 30 May 2019.
- ↑ ୫.୦ ୫.୧ ୫.୨ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Nel2017
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NCI2019Pre
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।