Jump to content

ଜୟଦେବ

ଉଇକିପିଡ଼ିଆ‌ରୁ

ଜୟଦେବ ନାମକ ଓଡ଼ିଆ କଥାଚିତ୍ର ପାଇଁ ଜୟଦେବ (ଚଳଚ୍ଚିତ୍ର)ଜୟଦେବ (ଚଳଚ୍ଚିତ୍ର-୧୯୮୭) ପୃଷ୍ଠାଦୁଇଟି ଦେଖନ୍ତୁ ।

ଜୟଦେବ
କେନ୍ଦୁବିଲ୍ୱ, ଓଡ଼ିଶାରେ ଜୟଦେବଙ୍କ ପ୍ରତିମା
ହରିଙ୍କର ଆରାଧନା କରୁଛନ୍ତି ଜୟଦେବ
ଜନ୍ମ୧୫ଶ ଶତାବ୍ଦୀ
ବୃତ୍ତିପୌରାଣିକ କବି
ଉଲ୍ଲେଖନୀୟ କୃତିଗୀତ ଗୋବିନ୍ଦ
ବୈବାହିକ-ସାଥୀପଦ୍ମାବତୀ

ଜୟଦେବ ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ତାହାଙ୍କର ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ ହରି(କୃଷ୍ଣ)ରାଧାଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।[] କେତେକ ଗବେଷକଙ୍କ ମତରେ ସେ ଜଣେ ସହଜଯାନୀ ବୌଦ୍ଧ ଥିଲେ। []

ଜୀବନୀ

[ସମ୍ପାଦନା]

ଜୟଦେବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା ।

ଜୟଦେବ ପିଠ, କେନ୍ଦୁଲି ଗ୍ରାମ, (କେନ୍ଦୁବିଲ୍ଲ୍ୱ)

ସାହିତ୍ୟ କୃତି

[ସମ୍ପାଦନା]

ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।

ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।[]

ପ୍ରତାପରୁଦ୍ରପୁରଆଖଣ୍ଡଳେଶ୍ୱର ଦେଉଳ ପ୍ରାଙ୍ଗଣରେ ଥିବା ଜୟଦେବଙ୍କ ପୁରାତନ ମୂର୍ତ୍ତି
ଗୀତ ଗୋବିନ୍ଦର ପାଣ୍ଡୁଲିପି ୧୫୦୦ ଖ୍ରୀ.ଅ.
  1. Jayadev at britannica.com
  2. "Sri Jaya Debanka Baaisi Pahacha, Page No. 6". Archived from the original on 2011-08-30. Retrieved 2011-05-26.
  3. Visit of Guru Nanak

ଅଧିକ ତଥ୍ୟ

[ସମ୍ପାଦନା]
କବିକଳହଂସ ଗୋପାଳକୃଷ୍ଣଙ୍କ ହସ୍ତଲିଖିତ ଗୀତଗୋବିନ୍ଦ ତାଳପତ୍ର ପୋଥି