Jump to content

ଜଉଗଡ଼

Coordinates: 19°31′21.2″N 84°48′44.1″E / 19.522556°N 84.812250°E / 19.522556; 84.812250
ଉଇକିପିଡ଼ିଆ‌ରୁ
Jaugada

19°31′21.2″N 84°48′44.1″E / 19.522556°N 84.812250°E / 19.522556; 84.812250 ଜଉଗଡ଼, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରୁ ଦଶ କିଲୋମିଟର ଦୂର "ମାଳତୀ ପର୍ବତ"ର ଅଂଶବିଶେଷ ।[] ଦୁର୍ଗାର କାନ୍ଥ ଜଉ ବା ଲାଖରେ ନିର୍ମାଣ କରାଯାଇଥିବାରୁ, ଏହା ଖୁବ ପିଚ୍ଛିଳ । ଏଥିଯୋଗୁ ଦୁର୍ଗାର ଅନ୍ୟନାମ "ଜଉ ଦୁର୍ଗା" ବା "ଲାଖ ଦୁର୍ଗା" । ଆୟତାକାର ଏହି ଦୁର୍ଗାରେ ରହିଛି ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲିପି ।[] ତିରିଶ ଫୁଟ ଲମ୍ବା ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରାନାଇଟ ପଥରରେ ଏହି ଶିଳାଲିପିଗୁଡ଼ିକ ଲେଖାଯାଇଛି ।[] ଏଠାରେ ମୋର୍ଯ୍ୟ ଯୁଗର କିଛି ମୁଦ୍ରା ଆବିଷ୍କୃତ ହୋଇଛି । ଜଉଗଡ଼କୁ ଋଷିକୁଲ୍ୟା ନଦୀ ସଭ୍ୟତାର ମୂକସାଖୀ ବୋଲି କୁହାଯାଏ । []