କାର୍ମୁଷ୍ଟାଇନ
Clinical data | |
---|---|
Trade names | BiCNU, Gliadel, others |
AHFS/Drugs.com | monograph |
MedlinePlus | a682060 |
data |
|
Drug class | Antineoplastic agents |
Identifiers | |
ECHA InfoCard | 100.005.309 |
(what is this?) (verify) |
କାର୍ମୁଷ୍ଟାଇନ (ଇଂରାଜୀ ଭାଷାରେ Carmustine), ଅନ୍ୟମାନଙ୍କ ମଧ୍ୟରେ ଏହାର ଏକ ବିକ୍ରୟ ନାମ ବିଆଇସିଏନୟୁ (BiCNU), ହେଉଛି ଏକ ଔଷଧ ଯାହା କର୍କଟ ରୋଗ ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ମସ୍ତିଷ୍କ ଅର୍ବୁଦ, ମଲ୍ଟିପ୍ଲ ମାୟେଲୋମା, ଲିମ୍ଫୋମା ଏବଂ ମେଲାନୋମା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଲିଏଟିଭକେମୋଥେରାପି ଭାବରେ ବ୍ୟବହାର କରାଯାଇପାରେ ।[୨] ଏହା ସାଧାରଣତଃ ଏକ ଶିରାରେ ଇଞ୍ଜେକସନ ଆକାରରେ କିମ୍ବା ମସ୍ତିଷ୍କରେ ପ୍ରତିରୋପଣର ଅଂଶ ଭାବରେ ବ୍ୟବହୃତ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବୃକ୍କ ସମସ୍ୟା, ଫୁସଫୁସ ପ୍ରଦାହ ଏବଂ ଅସ୍ଥି ମଜ୍ଜା ଦମନ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦ୍ୱିତୀୟକ କର୍କଟ, କେଶ ଝଡ଼ିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ନାଇଟ୍ରୋସୌରିଆ ଯୌଗିକ ଏବଂ ଆଲକିଇଲେଟିଙ୍ଗ ଏଜେଣ୍ଟ ।[୧]
୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କାର୍ମୁଷ୍ଟାଇନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ୧୦୦ ମିଗ୍ରା ବିଶିଷ୍ଟ ମାତ୍ରାର ମୂଲ୍ୟ ପ୍ରାୟ ୨,୮୦୦ ଡଲାର ଖର୍ଚ୍ଚ ହେଉଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତିରୋପଣ ପିଛା ଖର୍ଚ୍ଚ ପ୍ରାୟ ୬୫୦ ପାଉଣ୍ଡ ଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Carmustine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2022. Retrieved 3 December 2023.
- ↑ ୨.୦ ୨.୧ ୨.୨ ୨.୩ ୨.୪ "DailyMed - CARMUSTINE- carmustine kit". dailymed.nlm.nih.gov. Archived from the original on 4 December 2023. Retrieved 3 December 2023.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 937. ISBN 978-0857114105.
- ↑ "BiCNU Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 9 June 2023. Retrieved 3 December 2023.