Jump to content

କାଠବେଙ୍ଗ

ଉଇକିପିଡ଼ିଆ‌ରୁ

କାଠବେଙ୍ଗ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ଉପସଙ୍ଘ: Vertebrata
ବର୍ଗ: Amphibia
ଗଣ: Anura
Merrem, 1820

List of Anuran families

କାଠବେଙ୍ଗ ନିର୍ଦ୍ଧିଷ୍ଟ କେତେକ ବେଙ୍ଗମାନଙ୍କ ପାଇଁ ଏକ ସାଧାରଣ ନାମ, ମୁଖ୍ୟତଃ Bufonidae କୁଳର, ଶୁଷ୍କ, ରୁକ୍ଷ ଚମଡା, ଛୋଟ ଗୋଡ ଏବଂ parotid glandକୁ ଆବୃତ୍ତ କରିରଖିଥିବା ବଡ଼ ଶୃଙ୍ଗାକୃତି ଶରୀରାଂଶଦ୍ୱାରା ଚିହ୍ନିତ ହୋଇଥାନ୍ତି ।[]

ବୈଜ୍ଞାନିକ ବର୍ଗୀକରଣରେ କାଠବେଙ୍ଗ ଏବଂ ସାଧାରଣ ବେଙ୍ଗଙ୍କ ମଧ୍ୟରେ କୌଣସି ଭିନ୍ନତା ସୂଚିତ କରାଯାଇନାହିଁ, ମାତ୍ର ଏହା ପ୍ରସିଦ୍ଧ ସଂସ୍କୃତିମାନଙ୍କରେ ସାଧାରଣଭାବେ ବର୍ଣ୍ଣିତ (ଲୌକିକ ବର୍ଗୀକରଣ), ଯେଉଁଥିରେ କାଠବେଙ୍ଗମାନଙ୍କୁ ଶୁଷ୍କ ଚମଡା ଓ ଅଧିକତର ଭୂମିରେ ବସବାସଦ୍ୱାରା ଚିହ୍ନିତ କରାଯାଏ ।

ଜୈବବୈଜ୍ଞାନିକ ତଥ୍ୟ

[ସମ୍ପାଦନା]

ବୈଜ୍ଞାନିକ ବର୍ଗୀକରଣରେ କାଠବେଙ୍ଗମାନେ Bufonidae, Bombinatoridae, Discoglossidae, Pelobatidae, Rhinophrynidae, Scaphiopodidae and Microhylidae. କୁଳରେ ସ୍ଥାନିତ ।

Parotoid ଗ୍ରନ୍ଥିକୁ ଆବୃତ୍ତ କରିରଖିଥିବା ଶୃଙ୍ଗାକୃତି ଶରୀରାଂଶ ଅନ୍ୟ ଶୃଙ୍ଗାକୃତି ଶରୀରାଂଶମାନଙ୍କଠାରୁ ବଡ଼ । ଏହି ଶୃଙ୍ଗାକୃତି ଶରୀରାଂଶମାନଙ୍କୁ ସାଧାରଣତଃ warts କୁହାଯାଏ, କିନ୍ତୁ ସେଗୁଡିକ ଭାତୁଡ଼ି ନୁହନ୍ତି, ସେଗୁଡିକ ନିର୍ଦ୍ଧିଷ୍ଟ ଆକାରର, ସୁସ୍ଥ ପ୍ରାଣୀଙ୍କଠାରେ ଦେଖାଯାନ୍ତି ଏବଂ କୌଣସି ସଂକ୍ରମଣଦ୍ୱାରା ସୃଷ୍ଟି ହୋଇନଥାନ୍ତି ।[unreliable source?] ବେଙ୍ଗମାନେ ପୋଖରୀ କିମ୍ବା ହ୍ରଦର ପ୍ରଜନନ ନିମିତ୍ତ ଅନୁଦ୍ଧିଷ୍ଟ ସ୍ଥାନମାନଙ୍କରୁ ପ୍ରଜନନ ନିମିତ୍ତ ସ୍ଥାନମାନଙ୍କୁ ଯାନ୍ତି । ବୋଗର୍ଟ (୧୯୪୭) ପ୍ରସ୍ତାବ ଦେଇଥିଲେ ଯେ କାଠବେଙ୍ଗର ଡାକ ହିଁ ସେ ପୋଖରୀକୁ ଫେରିଆସିବାର ଗୁରୁତ୍ୱପୂର୍ଣ୍ଣ ସଙ୍କେତ । ଅନ୍ୟ ଉଭୟଚରଙ୍କ ପରି କାଠବେଙ୍ଗମାନେ ନିଜ ପ୍ରଜନନ ସ୍ଥାନ ପ୍ରତି ନିୟମିତତା (philopatry) । ପ୍ରତ୍ୟେକ ଆମେରିକୀୟ କାଠବେଙ୍ଗ ପ୍ରଜନନ ପ୍ରକ୍ରିୟା ପାଇଁ ନିଜେ ଜନ୍ମ ହୋଇଥିବା ପୋଖରୀକୁ ହିଁ ଫେରିଥାନ୍ତି ଯେଉଁଠାରେ ସେମାନେ ନିଜ ସହୋଦରମାନଙ୍କୁ ହିଁ ପ୍ରଜନନ ପ୍ରକ୍ରିୟାରେ ସହାୟକ ଭାବେ ଭେଟିଥାନ୍ତି । ଯଦିଓ ଗୋଟିଏ ପ୍ରଜାତି ମଧ୍ୟରେ ଦୁଇ ସହୋଦରଙ୍କ ମଧ୍ୟରେ ପ୍ରଜନନ କ୍ରିୟା ସମ୍ଭବ, ସହୋଦରମାନେ କଦାଚିତ ପ୍ରଜନନରେ ସଂଶ୍ଳିଷ୍ଟ ହୁଅନ୍ତି । କାଠବେଙ୍ଗମାନେ ନିଜ ଘନିଷ୍ଠ ପରିଜନମାନଙ୍କୁ ଚିହ୍ନନ୍ତି ଏବଂ ସେମାନଙ୍କ ସହ ପ୍ରଜନନ କ୍ରିୟା କରନ୍ତି ନାହିଁ । ପୁରୁଷବେଙ୍ଗଦ୍ୱାରା ସୂଚନାରୂପକ ଦିଆଯାଇଥିବା ସ୍ୱର ସଂକେତ ରୂପେ କାର୍ଯ୍ୟ କରିବାର ଅନୁମାନ କରାଯାଏ ଯଦ୍ୱାରା ମାଈବେଙ୍ଗ ନିଜ ପରିଜନକୁ ଚିହ୍ନିଥାଏ ।[] ଏଣୁ ସମ୍ବନ୍ଧୀଙ୍କର ଚିହ୍ନଟିକରଣ ସେମାନଙ୍କ ମଧ୍ୟରେ ପ୍ରଜନନ ଏବଂ ତତପରବର୍ତ୍ତୀ ପ୍ରଜନନ ଅବସାଦକୁ ଏଡାଇଥାଏ ।

ମନୁଷ୍ୟ ସଂସ୍କୃତିରେ

[ସମ୍ପାଦନା]

କେନେଥ ଗ୍ରାହାମେଙ୍କର ଉପନ୍ୟାସ The Wind in the Willowsରେ ମିଃ ତୋଡ ଗୋଟିଏ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟଚରିତ୍ର, ଯଦିଓ ସ୍ୱାର୍ଥୀ ଓ ନିଜକୁ ଭଲ ପାଉଥିବା ଚରିତ୍ର । ମିଃ ତୋଡ ପୁନଃ ସେହି ପୁସ୍ତକ ଉପରେ ଆଧାରିତ ଏ.ଏ.ମିଳନେଙ୍କଦ୍ୱାରା ରଚିତ ତୋଡ ଅଫ ତୋଡ ହଲ ନାଟକରେ ଦେଖାଦେଇଥିଲେ ।[][]

Mr. Toad's Wild Ride ପ୍ରକୃତରେ roller coasterଭାବେ ଯୋଜନା କରାଯାଇଥିଲା, କିନ୍ତୁ ୱାଲଟ ଡ଼ିସନୀଦ୍ୱାରା ଏକ ପାରିବାରିକ ଝୁଲାରୂପେ ବ୍ୟବହାର କରାଗଲା, ଯାହାକି ଡ଼ିସନୀଲ୍ୟାଣ୍ଡର ଆକର୍ଷଣମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ୧୯୫୫ରେ ପାର୍କଟିର ଉଦଘାଟନଠାରୁ ଚାଲୁଅଛି । ଝୁଲାଟି ୧୯୪୯ରେ ନିର୍ମିତ ଦ ଆଡଭେଞ୍ଚର ଅଫ ଇଚାବୋଡ଼ ଆଣ୍ଡ ମିଃ ତୋଡ ଉପରେ ଆଧାରିତ, ଯାହାକି ଗ୍ରାହାମେଙ୍କର ୧୯୦୮ରେ ରଚିତ ଉପନ୍ୟାସରୁ ଆସିଛି । Magic Kingdom ସଂସ୍କରଣର ଗୋଟିଏ ଝୁଲା ୧୯୭୧ରେ Orlando, Floridaସ୍ଥିତ ପାର୍କରେ ଚଳାଯାଉଥିଲା, କିନ୍ତୁ ଏହା ବନ୍ଦ କରାଯାଇଥିଲା ଓ ୧୯୯୮ରେ The Many Adventures of Winnie the Pooh ସ୍ଥାପନ କରାଗଲା ।

ଚାଇନିଜ ସଂସ୍କୃତିରେ Money Toad (ବା ବେଙ୍ଗ) ଜିନ ଚାନକୁ ପେଙ୍ଗସୁଇ ଅନୁଯାୟୀ ସମୃଦ୍ଧିବର୍ଦ୍ଧକ ଭାବେ ଗ୍ରହଣ କରାଯାଏ ।


  1. "toad | amphibian". Encyclopedia Britannica (in ଇଂରାଜୀ). Retrieved 2017-05-23. {{cite news}}: More than one of |accessdate= and |access-date= specified (help)
  2. Waldman B, Rice JE, Honeycutt RL. Kin recognition and incest avoidance in toads. Am. Zool. 1992. 32:18-30.
  3. "The Big Read Top 200". BBC. April 2003. Retrieved 28 June 2016..
  4. Christine Paik (2002-03-19). "NPR report". NPR. Retrieved 2013-02-26. {{cite news}}: More than one of |author= and |last= specified (help)

ବାହ୍ୟ ଆଧାର

[ସମ୍ପାଦନା]
  • Chisholm, Hugh, ed. (1911). "Toad" . Encyclopædia Britannica Eleventh Edition (11th ed.). Cambridge University Press.