Jump to content

ଆନାଲ ଫିସର

ଉଇକିପିଡ଼ିଆ‌ରୁ
Anal fissure
Fissure in ano, rectal fissure
An anal fissure
ବିଭାଗGeneral surgery
ଲକ୍ଷଣSevere pain with bowel movements, rectal bleeding[]
ଅବଧିFew days to few weeks[]
କାରଣConstipation, diarrhea, sexually transmitted infections, inflammatory bowel disease, childbirth, HIV/AIDS, anal cancer, anal sex[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[]
ସଠିକ ରୋଗ ନିର୍ଣ୍ଣୟHemorrhoids, perianal abscess, anal fistula[]
ପ୍ରତିକାରSufficient fluid intake[]
ଔଷଧGlyceryl trinitrate, nifedipine, botox[]
ଚିକିତ୍ସାSitz baths, pain medication, stool softeners, high-fiber diet, surgery[]
ପୁନଃପୌନିକCommon[]

ଆନାଲ ଫିସର ବା ମଳଦ୍ୱାର ଫାଟ କୁହାଯାଏ ଯେତେବେଳେ ଗୁହ୍ୟପଥର ଚର୍ମରେ ଫାଟ ହୋଇଥାଏ ।[] ଲକ୍ଷଣ: ସାଧାରଣତଃ ଖାଦ୍ୟନଳୀ ଚଳନ ବେଳେ ପ୍ରବଳ ଯନ୍ତ୍ରଣା ହୁଏ ଓ ବେଳେ ବେଳେ ସ୍ୱଳ୍ପ ପରିମାଣର ରକ୍ତସ୍ରାବ ହୁଏ | [] ଅନ୍ତନଳୀ ଚଳନ ପରେ ଯନ୍ତ୍ରଣା ଘଣ୍ଟା ଘଣ୍ଟା ଧରି ରହିପାରେ | [] ଏହି ଯନ୍ତ୍ରଣା ବାରମ୍ବାର ହୁଏ ଏବଂ ୬ ସପ୍ତାହରୁ ଅଧିକ ସମୟ ଧରି ରହିପାରେ | [] ରୋଗ ଜଟିଳ ହେଲେ ମଳଦ୍ୱାର ଫିଷ୍ଟୁଲା ହୁଏ ଏବଂ ଆପେ ଆପେ ମଳ ନିଷ୍କାସନ ହୋଇପାରେ | []

ସାଧାରଣ କାରଣ ମଧ୍ୟରେ କୋଷ୍ଠକାଠିନ୍ୟ ଏବଂ ଆଘାତ ଥାଇପାରେ | [] ଅନ୍ୟାନ୍ୟ କାରଣ ମଧ୍ୟରେ ପତଳା ଝାଡା, ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ, ଅନ୍ତନଳୀ ପ୍ରଦାହ ରୋଗ, ସନ୍ତାନ ପ୍ରସବ, ଏଚ୍.ଆଇ.ଭି./ଏଡସ, ମଳଦ୍ୱାର କର୍କଟ, ଏବଂ ମଳଦ୍ୱାର ଯୌନ‌କ୍ରିୟା ହୋଇପାରେ ।[] ଏହି ଯନ୍ତ୍ରଣା ସାଧାରଣତ ପିଠିର ମଧ୍ୟବର୍ତ୍ତୀ ସ୍ଥାନରେ ହୁଏ | [] ରୋଗ ଲକ୍ଷଣ ଏବଂ ରୋଗୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[]

ପ୍ରାରମ୍ଭିକ ଚିକିତ୍ସାରେ ସିଜ ସ୍ନାନ (sitz baths), ଯନ୍ତ୍ରଣା ନିବାରକ ଔଷଧ, ମଳ ନରମକାରୀ ଏବଂ ଅଧିକ ଫାଇବର ଥିବା ଖାଦ୍ୟ ଦିଆଯାଏ । [] ଚର୍ମରେନାଇଟ୍ରୋଗ୍ଲିସେରିନ କିମ୍ବା ନିଫେଡିପିନ ଲଗାଯାଏ କିମ୍ବା ବୋଟୋକ୍ସ ଇଞ୍ଜେକସନ ଦିଆଯାଏ । [] ଏହି ଚିକିତ୍ସା ପ୍ରଭାବଶାଳୀ ନହେଲେ ଲାଟରାଲ ସ୍ଫିଙ୍କଟରେଟୋମି ଅସ୍ତ୍ରୋପଚାର କରାଯାଇପାରେ |[] ଉଭୟ ଶିଶୁ ଏବଂ ବୟସ୍କମାନଙ୍କଠାରେ ଏହି ରୋଗ ହୋଇପାରେ | [] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [] ଏହି ରୋଗ ପ୍ରଥମେ ଜନ ଲକ‌ହାର୍ଟ ମମେରି ୧୯୩୪ ମସିହାର ବର୍ଣ୍ଣନା କରିଥିଲେ ।[]  

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Jahnny, B; Ashurst, JV (January 2020). "Anal Fissures". PMID 30252319. {{cite journal}}: Cite journal requires |journal= (help)
  2. ୨.୦ ୨.୧ Nelson, RL; Thomas, K; Morgan, J; Jones, A (15 February 2012). "Non surgical therapy for anal fissure". The Cochrane database of systematic reviews (2): CD003431. doi:10.1002/14651858.CD003431.pub3. PMID 22336789.
  3. Beaty, JS; Shashidharan, M (March 2016). "Anal Fissure". Clinics in colon and rectal surgery. 29 (1): 30–7. doi:10.1055/s-0035-1570390. PMID 26929749.
  4. Beaty, JS; Shashidharan, M (March 2016). "Anal Fissure". Clinics in colon and rectal surgery. 29 (1): 30–7. doi:10.1055/s-0035-1570390. PMID 26929749.