ଗୀତା ହୋତା
ଗୀତା ହୋତା | |
---|---|
ଜନ୍ମ | ୯ ସେପ୍ଟେମ୍ବର ୧୯୩୬ ଜଗନ୍ନାଥଖୁଣ୍ଟା |
ମୃତ୍ୟୁ | ୨୯ ନଭେମ୍ବର ୨୦୨୨ (ବୟସ ୮୬) ଭୁବନେଶ୍ୱର |
ବୃତ୍ତି | ଲେଖକ, କ୍ଷୁଦ୍ର ଗଳ୍ପ ଲେଖକ, ଔପନ୍ୟାସିକ |
ଜୀବନସାଥୀ | ସାତକଡ଼ି ହୋତା |
ଗୀତା ହୋତା (୯ ସେପ୍ଟେମ୍ବର ୧୯୩୬–୨୯ ନଭେମ୍ବର ୨୦୨୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକା, ସମ୍ପାଦକ ଓ ସଂଗଠକ ଥିଲେ । ତାଙ୍କ ରଚିତ ସାହିତ୍ୟ ମଧ୍ୟରେ ଗଳ୍ପ ସଂକଳନ ଅପୂଜା ଫୁଲ, ବିଶ୍ବାସ ଏକ ଅନ୍ଧଗଳି, ରଙ୍ଗମଞ୍ଚ ଓ ଉପନ୍ୟାସ ମାୟାବିନୀ ଆଦି ଅନ୍ୟତମ । ସେ କବିତା, ଶିଶୁ ସାହିତ୍ୟ, ଆତ୍ମଜୀବନୀ ଆଦି ପୁସ୍ତକ ମଧ୍ୟ ରଚନା କରିଥିଲେ ଏବଂ ଅମୃତାୟନ ସାହିତ୍ୟ ପତ୍ରିକାର ସମ୍ପାଦିକା ତଥା ଅମୃତାୟନ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ । ସେ କଳିଙ୍ଗ ପୁସ୍ତକ ମେଳାର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ଦକ୍ଷିଣପୂର୍ବ ରେଳବାଇର ମହିଳା ଅନୁଷ୍ଠାନର ସଭାପତି ଥିଲେ ଓ ଜଣେ ସଂଗଠିକା ଭାବରେ ୧୯୭୬-୭୭ରେ ସେ ଓଡ଼ିଶା ମହିଳା କଂଗ୍ରେସର ଆବାହିକା ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ସାହିତିକ ଓ ସମ୍ପାଦକ ସାତକଡ଼ି ହୋତାଙ୍କୁ ବିବାହ କରିଥିଲେ ।
୨୦୨୨ ନଭେମ୍ବର ୨୯ରେ ଭୁବନେଶ୍ୱରରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନୀ ଓ ବୃତ୍ତି
[ସମ୍ପାଦନା]ଗୀତା ହୋତା ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥଖୁଣ୍ଟା ଗ୍ରାମରେ ୧୯୩୬ ସେପ୍ଟେମ୍ବର ୯ରେ ଜନ୍ମଗ୍ରହଣ କରିଥିଲେ । ସେ ସାହିତ୍ୟିକ ଓ ଦୈନିକ ସମୟ ସମ୍ପାଦକ ସାତକଡ଼ି ହୋତାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଜଣେ ପୁଅ ସଞ୍ଜୀବ ଓ ଜଣେ ଝିଅ ଅଛନ୍ତି ।[୧] ବୃତ୍ତିଗତ ଜୀବନରେ ସେ ଦକ୍ଷିଣପୂର୍ବ ରେଳବାଇରେ କାର୍ଯ୍ୟକରିଥିଲେ । ସେ ସେଠାରେ ମହିଳା ଅନୁଷ୍ଠାନର ସଭାପତି ମଧ୍ୟ ଥିଲେ । ଜଣେ ରାଜନୈତି ସଂଗଠିକା ଭାବରେ ସେ ୧୯୭୬-୭୭ରେ ଓଡ଼ିଶା ମହିଳା କଂଗ୍ରେସର ଆବାହିକା ହୋଇଥିଲେ । ସେ ଅମୃତାୟନ ନାମକ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ ଓ ଅମୃତାୟନ ସାହିତ୍ୟ ପତ୍ରିକାର ସମ୍ପାଦନା କରିଆସୁଥିଲେ ।[୨] ଏହା ବ୍ୟତୀତ ସେ କଳିଙ୍ଗ ପୁସ୍ତକ ମେଳାର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୩]
ସାହିତ୍ୟ ରଚନା
[ସମ୍ପାଦନା]ସେ ଓଡ଼ିଆରେ କବିତା, ଗଳ୍ପ, ପ୍ରବନ୍ଧ ଓ ଆତ୍ମଜୀବନୀ, ଶିଶୁ ସାହିତ୍ୟ ଆଦି ରଚନା କରିଥିଲେ ।[୪][୫]
ରଚନାବଳୀ
[ସମ୍ପାଦନା]କବିତା ସଂକଳନ
[ସମ୍ପାଦନା]- ଏକା ଏକା ଈଶ୍ୱରୀ ୧୯୯୪[୬]
ଉପନ୍ୟାସ
[ସମ୍ପାଦନା]- ମନବୀଣା ୧୯୮୮
- ମାୟାବିନୀ
ସ୍ମୃତିଲିପି
[ସମ୍ପାଦନା]- ସବୁ ସ୍ମୃତି ମଧୁର ୨୦୦୦
ପ୍ରବନ୍ଧ ସଂକଳନ
[ସମ୍ପାଦନା]- ମଧୁକ୍ଷରା[୭]
କ୍ଷୁଦ୍ରଗଳ୍ପ ସଂକଳନ
[ସମ୍ପାଦନା]- ବିଶ୍ୱାସ ଏକ ଅନ୍ଧଗଳି ୧୯୮୯
- ରଂଗମଞ୍ଚ ୧୯୮୬
- ମନ ମନ୍ଥନ
- ଅପୂଜା ଫୁଲ ୧୯୮୩
ଶିଶୁ ସାହିତ୍ୟ
- ଟୁନି ପାହାଡ଼
- ବୁଦ୍ଧି ଥିଲେ ଉପାୟ ଦିଶେ
- ବାଘୁଇର ଅଭିଯାନ
ଅନ୍ୟାନ୍ୟ
- ଦିବ୍ୟଭୂମି ଭାରତ (ଭ୍ରମଣକାହାଣୀ)
- ପ୍ରତିବେଶୀର ମୁହଁ (ଅନୁବାଦ ଗଳ୍ପ)
ଆଧାର
[ସମ୍ପାଦନା]- ↑ "ଗୀତା ହୋତାଙ୍କ ପରଲୋକ". Sambad. 2022-12-01. Retrieved 2024-02-11.
- ↑ "More and more authors in Orissa tie the knot to deal with increasing literary hardships". India Today (in ଇଂରାଜୀ). Retrieved 2024-02-11.
- ↑ "20th Sishu Mahotsav 2018 Children Festival Bhubaneswar". kalingabookfair. Retrieved 8 November 2018.
- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ Jagannath Mohanty; Sudhansu Mohanty (2006). In Quest of Quality Education and Literature: An Autobiography. Deep & Deep Publications. pp. 211–. ISBN 978-81-7629-764-6.
- ↑ "ଗୀତା ହୋତା". ova.gov.in. ଭୁବନେଶ୍ୱର: ଓଡ଼ିଆ ଭର୍ଚୁଆଲ ଏକାଡେମୀ. Retrieved 2024-02-11.
- ↑ Vision. Institute of Economic & Social Studies. 2004.