ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)
ଲଗାନ | |
---|---|
ନିର୍ଦ୍ଦେଶକ | ଆଶୁତୋଷ ଗୋୱାରିକର |
ପ୍ରଯୋଜକ | ଅମିର ଖାଁ |
ସଂଳାପ | କେ ପି ସାକ୍ସେନା |
କାହାଣୀ | ଆଶୁତୋଷ ଗୋୱାରିକର |
କଳାକାର | ଅମିର ଖାଁ, ଗ୍ରେସି ସିଂ, କୁଳଭୂଷଣ ଖର୍ବନ୍ଦା |
ବର୍ଣ୍ଣନା | ଅମିତଭ୍ ବଚ୍ଚନ |
ସଙ୍ଗୀତ | ଏ ଆର୍ ରେହେମାନ |
ଚିତ୍ରଗ୍ରହଣ | ଅନୀଲ ମେହେଟା |
ବିତରକ | ସୋନୀ ଏଣ୍ଟେରଟେନମେଣ୍ଟ ଟେଲିଭିଜନ |
ମୁକ୍ତିଲାଭ ତାରିଖ | ଜୁନ ୧୫, ୨୦୦୧ |
କଥାଚିତ୍ରର ସମୟ | ୨୨୪ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
ଲଗାନ ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡ଼ା (କ୍ରିକେଟ) ପ୍ରସଙ୍ଗ ଯୁକ୍ତ ନାଟକୀୟ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଆଶୁତୋଷ ଗୋୱାରିକର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅମିର ଖାଁ ଓ ଗ୍ରେସି ସିଂ । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା [୧]। ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର୍ ରେହେମାନ । ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ତଥା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆୱାର୍ଡ ଲାଭ କରିଥିଲା ।
ଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା । ଅକାଦମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ଏହା ଥିଲା ମଦର ଇଣ୍ଡିଆ ପରେ ତୃତୀୟ ଚଳଚ୍ଚିତ୍ର ।
କାହାଣୀ
[ସମ୍ପାଦନା]ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର ନେତୃତ୍ୱରେ ରାଜା ପୂରନ ସିଂଙ୍କୁ ଏହି ଅସୁବିଧା ଜଣାଇବାକୁ ଗଲେ । ସେହି ସମୟରେ କ୍ୟାପଟେନ ରାସେଲ ତାଙ୍କ ଇଁରେଜ ସହଯୋଗୀଙ୍କ ସହ କ୍ରିକେଟ ଖେଳରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ମାଧ୍ୟମରେ ଏହି ଗୁହାରୀ କଲାବେଳେ ଭୁବନର କ୍ୟାପଟେନ ରସେଲ ସହ ଯୁକ୍ତିତର୍କ ହୁଏ । କ୍ୟାପଟେନ ରାସେଲ ଲଗାଣ (କର) କମାଇବା ପାଇଁ ମନା କରିଦିଅନ୍ତି । ହେଲେ, କଥା ପ୍ରସଙ୍ଗରେ ସେ କହନ୍ତି ଯେ ଚମ୍ପାନେର ବାସୀ ଯଦି କ୍ରୀକେଟ ଖେଳରେ ତାଙ୍କ ଇଁରେଜ ଦଳକୁ ହରାଇଦେବେ ତେବେ ସେ ଲଗାଇଥିବା ଲଗାଣ ସମ୍ପୂର୍ଣ୍ଣ ଛାଡ଼ କରିଦେବେ । କର ଛାଡ଼ କଥା ଶୁଣି ଭୁବନ ଏହାକୁ ଏକ ବାଜି ଭାବେ ଗ୍ରହଣ କରିନିଏ ।
ଭୁବନର ସହୟୋଗୀ କେହି କିନ୍ତୁ ଏଥିରେ ରାଜି ନ ଥିଲେ । କାରଣ ସେମାନେ ଜାଣିଥିଲେ ଯେ କ୍ରିକେଟରେ ଇଁରେଜଙ୍କୁ ହରାଇବା କାଠିକର ପାଠ । ଭୁବନ କିନ୍ତୁ ନଛୋଡବନ୍ଧା । ସେ ବାଜି ଜିତିବ ଏବଂ ଗ୍ରାମବାସିଙ୍କୁ ଲଗାଣରୁ ମୁକ୍ତି ମିଳିବ । ଏହି ଆଶାରେ ସେ ପ୍ରତ୍ୟେକ ସହଯୋଗୀଙ୍କୁ ରାଜି କରାଇଛି, ଖେଳ ଶିଖାଇଛି । ଏଥିରେ ପରଦା ଆଢୁଆଳରେ ରହି କ୍ୟାପଟେନ ରାସେଲ ଭଉଣୀ ଏଲିଜାବେଥ ଭୁବନର ଦଳକୁ ଉତ୍ସାହିତ କରିଛନ୍ତି । ପରିଶେଷରେ ଅନେକ ଘାତ ଏବଂ ପ୍ରତିଘାତ ସହି ଭୁବନର ଦଳ ଖେଳରେ ବିଜୟଲାଭ କରିଛନ୍ତି ଏବଂ ଗ୍ରାମବାସୀ ଲଗାଣମୁକ୍ତ ହୋଇଛନ୍ତି ।
ଚରିତ୍ର
[ସମ୍ପାଦନା]- ଅମୀର ଖାଁ --- ଭୁବନ ଭୂମିକାରେ
- ଗ୍ରେସି ସିଂ --- ଗୌରୀ ଭୂମିକାରେ
- ରାଚେଲ ସେଲୀ --- ଏଲିଜାବେଥ୍ ରାଚେଲ ଭୂମିକାରେ
- ସୁହାସିନୀ ମୁଲେ --- ଭୁବନର ମାଆ ଭୂମିକାରେ
- ରାଜେନ୍ଦ୍ର ଗୁପ୍ତା --- ମୁଖିଆ ଭୂମିକାରେ
- କୁଳଭୂଷଣ ଖର୍ବନ୍ଦା --- ରାଜା ପୂରନ ସିଂ ଭୂମିକାରେ
ଇତ୍ୟାଦି
କଣ୍ଠଶିଳ୍ପୀ
[ସମ୍ପାଦନା]ଗୀତ | କଣ୍ଠଶିଳ୍ପୀ | ଅବଧୀ |
---|---|---|
ଘନନ ଘନନ | ଉଦିତ ନାରାୟଣ, ସୁଖବିନ୍ଦର ସିଂ, ଆଲ୍କା ୟାଗ୍ନିକ୍ | ୬ ମିନିଟ୍ ୧୧ ସେକେଣ୍ଡ |
ମିତବା | ଉଦିତ ନାରାୟଣ, ସୁଖବିନ୍ଦର ସିଂ, ଆଲ୍କା ୟାଗ୍ନିକ୍ | ୬ ମିନିଟ୍ ୪୭ ସେକେଣ୍ଡ |
ରାଧା କୈସେ ନା ଜଲେ | ଆଶା ଭୋଂସଲେ, ଉଦିତ ନାରାୟଣ, ବୈଶାଳୀ ସାମନ୍ତ | ୫ ମିନିଟ୍ ୩୪ ସେକେଣ୍ଡ |
ଓରେ ଛୋରୀ | ଉଦିତ ନାରାୟଣ,ବସୁନ୍ଧରା ଦାସ, ଆଲ୍କା ୟାଗ୍ନିକ୍ | ୫ ମିନିଟ୍ ୫୯ ସେକେଣ୍ଡ |
ଚାଲ ଚଲୋ | ଏ ଆର୍ ରେହେମାନ, ଶ୍ରୀନିବାସ | ୬ ମିନିଟ୍ ୪୦ ସେକେଣ୍ଡ |
Waltz for a romance (instrumental) | ---- | ୨ମିନିଟ୍ ୨୯ ସେକେଣ୍ଡ |
ଓ ପାଲନ ହାରୀ | ଲତା ମଙ୍ଗେସକର, ଉଦିତ ନାରାୟଣ | ୫ ମିନିଟ୍ ୧୯ ସେକେଣ୍ଡ |
ଲଗାନ | ଅନୁରାଧା ଶ୍ରୀରାମ | ୪ ମିନିଟ୍ ୧୨ ସେକେଣ୍ଡ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]୨୦୦୨ରେ ଚଳଚ୍ଚିତ୍ରଟି ବିଦେଶୀ ଭାଷାର ଶ୍ରେଷ୍ଠ ଚଳଚ୍ଚିତ୍ର ଶ୍ରେଣିରେ ଏକାଡେମି ଆୱାର୍ଡ ପାଇଁ ମନୋନୀତ ହେଲା । ଏକାଡେମୀ ପୁରସ୍କାର ନ ପାଇଲେ ବି ବିଦେଶରେ ଭାରତୀୟ ଚଳଚ୍ଚିତ୍ରର ସୁନାମ ବଢାଇବାରେ ଏହା ବେଶ ସହାୟକ ହୋଇଥିଲା ।
ତେବେ ଚଳଚ୍ଚିତ୍ରଟି ଆଠୋଟି ଶ୍ରେଣୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ନଅଟି ଶ୍ରେଣୀରେ ଫିଲ୍ମଫେୟାର ଆୱାର୍ଡ, ନଅଟି ଶ୍ରେଣୀରେ ସ୍କ୍ରୀନ ଆୱାର୍ଡ, ଦଶଟି ଶ୍ରେଣୀରେ ଆଇଫା ଆୱାର୍ଡ ସହ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି ।[୨]
ଆଧାର
[ସମ୍ପାଦନା]- ↑ "Lagaan a big hit in France". Archived from the original on 12 January 2009. Retrieved 29 May 2018.
{{cite web}}
: CS1 maint: bot: original URL status unknown (link) - ↑ "Lagaan wins 8 National awards". Retrieved 29 May 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଗାନ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |