ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ | |
---|---|
ଭାରତର ଗଭର୍ଣ୍ଣର ଜେନେରାଲ | |
କାର୍ଯ୍ୟକାଳ ୨୧ ଜୁନ ୧୯୪୮ – ୨୬ ଜାନୁଆରୀ ୧୯୫୦ | |
Monarch | George VI |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହେରୁ |
ପୂର୍ବ ଅଧିକାରୀ | The Earl Mountbatten of Burma |
ପର ଅଧିକାରୀ | ପଦବୀ ଉଚ୍ଛେଦ ହୋଇଥିଲା |
ମାଡ୍ରାସରର ମୁଖ୍ୟ ମନ୍ତ୍ରୀ | |
କାର୍ଯ୍ୟକାଳ ୧୦ ଅପ୍ରେଲ ୧୯୫୨ – ୧୩ ଅପ୍ରେଲ ୧୯୫୪ | |
ରାଜ୍ୟପାଳ | ଶ୍ରୀ ପ୍ରକାଶ |
ପୂର୍ବ ଅଧିକାରୀ | ପି. ଏସ. କୁମାରସ୍ୱାମୀ ରାଜା |
ପର ଅଧିକାରୀ | କେ. କାମରାଜ |
ସ୍ୱରାଷ୍ଟ୍ର ମନ୍ତ୍ରୀ | |
କାର୍ଯ୍ୟକାଳ ୨୬ ଡିସେମ୍ବର ୧୯୫୦ – ୨୫ ଅକ୍ଟୋବର ୧୯୫୧ | |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହେରୁ |
ପୂର୍ବ ଅଧିକାରୀ | ବଲ୍ଲଭଭାଇ ପଟେଲ |
ପର ଅଧିକାରୀ | କୈଳାଶ ନାଥ କାଟଜୁ |
ପଶ୍ଚିମବଙ୍ଗର ରାଜ୍ୟପାଳ | |
କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ – ୨୧ ଜୁନ ୧୯୪୮ | |
Premier | ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ବିଧାନ ଚନ୍ଦ୍ର ରାୟ |
ପୂର୍ବ ଅଧିକାରୀ | ଫ୍ରେଡରିକ ବରୋସ |
ପର ଅଧିକାରୀ | କୈଳାଶ ନାଥ କାଟଜୁ |
ମାଡ୍ରାସର ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୧୪ ଜୁଲାଇ ୧୯୩୭ – ୯ ଅକ୍ଟୋବର ୧୯୩୯ | |
ରାଜ୍ୟପାଳ | The Lord Erskine |
ପୂର୍ବ ଅଧିକାରୀ | କୁର୍ମ ଭେଙ୍କଟ ରେଡ୍ଡୀ ନାଇଡୁ |
ପର ଅଧିକାରୀ | ଟାଙ୍ଗୁତୁରୀ ପ୍ରକାଶମ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଥୋରାପଲ୍ଲୀ, British Raj (now India) | ୧୦ ଡିସେମ୍ବର ୧୮୭୮
ମୃତ୍ୟୁ | ୨୫ ଡିସେମ୍ବର ୧୯୭୨ ଚେନ୍ନାଇ, ଭାରତ | (ବୟସ ୯୪)
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି (୧୯୫୯–୧୯୭୨) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (୧୯୫୭ ପୂର୍ବରୁ) Indian National Democratic Congress (୧୯୫୭–୧୯୫୯) |
ଜୀବନ ସାଥୀ | Alamelu Mangamma (୧୮୯୭–୧୯୧୬) |
ଶିକ୍ଷାନୁଷ୍ଠାନ | ସେଣ୍ଟ୍ରାଲ କଲେଜ ପ୍ରେସିଡେନ୍ସୀ କଲେଜ |
ପେଷା | ଓକିଲ ଲେଖକ ରାଜନେତା |
ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (୧୦ ଡିସେମ୍ବର ୧୮୭୮ - ୨୫ ଡିସେମ୍ବର ୧୯୭୨), ରାଜାଜୀ ବା ସିଆର ଭାବେ ମଧ୍ୟ ପରିଚିତ, ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ତଥା ଲେଖକ ଥିଲେ ।[୧] ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ରାଜାଜୀ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗର ରାଜ୍ୟପାଳ, ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଭାରତର ଶେଷ ଗଭର୍ଣ୍ଣର ଜେନେରାଲ[୨] ଭାବେ କାର୍ଯ୍ୟ କରିଥିଲେ । ସେ ସ୍ୱତନ୍ତ୍ର ପାର୍ଟି ନାମରେ ଏକ ଦଳ ଗଠନ କରିଥିଲେ ।
ଜୀବନୀ
ତାମିଲନାଡୁର କୃଷ୍ଣାଗିରୀ ଜିଲ୍ଲା ଅନ୍ତର୍ଗତ ଥୋରାପଲିଠାରେ ୧୮୭୮ ମସିହା ଡିସେମ୍ବର ୧୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ [୩]। ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସର ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୦୦ରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଲେମ ପୌରାଞ୍ଚଳର କାଉନ୍ସିଲର ଭାବେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ସାଲେମ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଥିଲେ । ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୦ରେ ସେ ଜେଲ ଯାଇଥିଲେ । ୧୯୩୭ରେ ସେ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଜର୍ମାନୀ ବିରୋଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିବା ପରେ ୧୯୪୦ମସିହାରେ ସେ ଇସ୍ତଫା ଦେଇଥିଲେ । ଯୁଦ୍ଧରେ ବ୍ରିଟେନକୁ ସହଯୋଗ କରିବା ପାଇଁ ସେ କହିବା ସହ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ମହମ୍ମଦ ଅଲି ଜିନା ଓ ମୁସଲିମ ଲିଗ ସହ ଆଲୋଚନା କରି କେତେକ ପ୍ରସ୍ତାବ ଦେଇଥିଲେ ଯାହା ସି.ଆର ଫର୍ମୁଲା ନାମରେ ନାମିତ । ୧୯୪୬ ମସିହାରେ ଦେଶର ଅନ୍ତରୀଣ ସରକାରରେ ସେ ଶିଳ୍ପ, ଶିକ୍ଷା ଓ ଅର୍ଥମନ୍ତ୍ରୀ ଥିଲେ । ରାଜାଜୀ ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ କୁରାଇ ‘ଓନରୁମ ଇଲାଇ’ର ସ୍ୱର ସଂଯୋଜନା କରିଥିଲେ । ୧୯୭୨ ମସିହା ଡିସେମ୍ବର ୨୫ତାରିଖ ଦିନ ତାଙ୍କର ପରଲୋକ ଘଟିଥିଲା ।[୪]
ଆଧାର
- ↑ "C. Rajagopalachari: The icon India needs today".
- ↑ "How Rajendra Prasad (and not Rajaji) became India's first president".
- ↑ ଜେନା, କୈଳାସ ଚନ୍ଦ୍ର (25 December 2016). "ଭାରତ ରତ୍ନ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ". ପ୍ରଜାତନ୍ତ୍ର. Retrieved 28 December 2016.[permanent dead link]
- ↑ Ralhan, p 38
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |