Jump to content

ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ

ଉଇକିପିଡ଼ିଆ‌ରୁ
୦୮:୪୧, ୯ ଅକ୍ଟୋବର ୨୦୨୩ ବେଳେ InternetArchiveBot (ଆଲୋଚନା | ଅବଦାନ) (Rescuing 1 sources and tagging 0 as dead.) #IABot (v2.0.9.5) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ନାବିକ
ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (IRNSS)
ଦେଶ India
ପରିଚାଳକଭାରତୀୟ ମହାକାଶ ଗବେଷଣା ସଂସ୍ଥା
ପ୍ରକାରସାମରିକ, ବ୍ୟବସାୟିକ
ଅବସ୍ଥାକାର୍ଯ୍ୟକ୍ଷମ
କାର୍ଯ୍ୟକାରୀ ସୀମାଆଞ୍ଚଳିକ
ସଠିକତା୧୦ ମି (ଜନସାଧାରଣ)
୦.୧ ମି (ସାମରିକ)
ନକ୍ଷତ୍ରପୁଞ୍ଜ ସଂଖ୍ୟା
ମୋଟ ଉପଗ୍ରହ ସଂଖ୍ୟା
କକ୍ଷପଥରେ ଉପଗ୍ରହ ସଂଖ୍ୟା
ପ୍ରଥମ ଉତକ୍ଷେପଣ୧ ଜୁଲାଇ ୨୦୧୩
ଶେଷ ଉତକ୍ଷେପଣ୨୮ ଅପ୍ରେଲ ୨୦୧୬
ମୋଟ ଉତକ୍ଷେପଣ୭ (ସଫଳ)
କକ୍ଷପଥ ବିଶେଷତା
କକ୍ଷପଥ ଉଚ୍ଚତା୩୬୦୦୦ କି:ମି:[]
ଅନ୍ୟାନ୍ୟ
ବ୍ୟୟ୧୯୬୦ କୋଟି ଟଙ୍କା

ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (English: Indian Regional Navigational Satellite System) ଭାରତୀୟ ମହାକାଶ ଗବେଷଣା ସଂସ୍ଥାଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ସ୍ୱୟଂଶାସିତ ଆଞ୍ଚଳିକ ଦିଗସୂଚକ ପ୍ରଣାଳୀ। ମତ୍ସ୍ୟଜୀବିମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଏହାର ବ୍ୟବହାରିକ ନାମକୁ ନାବିକ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତ ତଥା ଏହାର ସୀମାରୁ ୧୫୦୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏହି ବ୍ୟବସ୍ଥାର ବ୍ୟବହାରକାରୀଙ୍କୁ ସଠିକ ସ୍ଥାନର ସୂଚନା ମିଳିପାରିବ। ପୃଥିବୀପୃଷ୍ଠରୁ ପ୍ରାୟ ୩୬୦୦୦ କିଲୋମିଟର ଊର୍ଦ୍ଧ କକ୍ଷପଥରେ ୭ଟି କୃତ୍ରିମ ଉପଗ୍ରହର ଏକ ଉପଗ୍ରହ ପୁଞ୍ଜ ବା ଉପଗ୍ରହ ମଣ୍ଡଳୀ ଏହି ପ୍ରଣାଳୀରେ ଅନ୍ତର୍ଭୁକ୍ତ। ଏହି ପ୍ରଣାଳୀର ସଂଚାଳନ ପାଇଁ ୪ଟି ଉପଗ୍ରହ ଯଥେଷ୍ଟ କିନ୍ତୁ ଆଉ ଅଧିକ ୩ଟି ଉପଗ୍ରହ ଏହି ପ୍ରଣାଳୀକୁ ଅଧିକ ଦକ୍ଷ ଏବଂ ସଠିକ କରିବ।

ଇତିହାସ

[ସମ୍ପାଦନା]

୧୯୯୯ କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନ ସେନାର ଉପସ୍ଥିତି ଜାଣିବା ଲାଗି ଆମେରିକାକୁ ତା'ର 'ଜିପିଏସ' ସେବା ଯୋଗାଇଦେବାକୁ ଭାରତର ଅନୁରୋଧକୁ ଯୁକ୍ତରାଷ୍ଟ୍ର ଆମେରିକା ମନା କରିଦେଇଥିଲା। ଏହା ପରେ ଭାରତ ନିଜର ଦିଗସୂଚକ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରିଥିଲା।[] ମଇ ୨୦୦୬ରେ ଭାରତ ସରକାର ଏହି ପ୍ରକଳ୍ପ ପାଇଁ ଅନୁମୋଦନ କରିଥିଲେ।[] ୨୦୧୩ରେ କର୍ଣ୍ଣାଟକରେ ଏକ ଉପଗ୍ରହ ଦିଗସୂଚକ କେନ୍ଦ୍ର ତଥା ଉପଗ୍ରହର ଦିଗ ନିର୍ଣ୍ଣୟ ଏବଂ ସିଗନାଲ ରେକର୍ଡ ପାଇଁ ଦେଶ ସାରା ପ୍ରାୟ ୨୧ଟି ଛୋଟ ଛୋଟ କେନ୍ଦ୍ରର ଏକ ନେଟୱାର୍କ ଗଢାଗଲା।

କାଳକ୍ରମ

[ସମ୍ପାଦନା]
  • ଆଇଆରଏନଏସଏସ-୧ଏ : ୧୨୫ କୋଟି ଟଙ୍କା ବିନିମୟରେ ନିର୍ମିତ ଏହା ନାବିକ ଉପଗ୍ରହପୁଞ୍ଜର ପ୍ରଥମ ଉପଗ୍ରହ। ୧୩୮୦ କି:ଗ୍ରା: ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ପିଏସଏଲଭି-ସି୨୨ରକେଟଦ୍ୱାରା ୧ ଜୁଲାଇ ୨୦୧୩ରେ ଉତକ୍ଷେପଣ କରାଯାଇଥିଲା।
  • ଆଇଆରଏନଏସଏସ-୧ବି : ୧୪୩୨ କି:ଗ୍ରା: ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ପିଏସଏଲଭି-ସି୨୪ ରକେଟଦ୍ୱାରା ୪ ଅପ୍ରେଲ ୨୦୧୪ରେ ଉତକ୍ଷେପଣ କରାଯାଇଥିଲା।
  • ଆଇଆରଏନଏସଏସ-୧ସି : ୧୪୨୪ କି:ଗ୍ରା: ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ପିଏସଏଲଭି-ସି୨୬ ରକେଟଦ୍ୱାରା ୧୬ ଅକ୍ଟୋବର ୨୦୧୪ରେ ଉତକ୍ଷେପଣ କରାଯାଇଥିଲା।
  • ଆଇଆରଏନଏସଏସ-୧ଡି : ୧୪୨୫ କି:ଗ୍ରା: ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ପିଏସଏଲଭି-ସି୨୭ ରକେଟଦ୍ୱାରା ୨୮ ମାର୍ଚ୍ଚ ୨୦୧୫ରେ ଉତକ୍ଷେପଣ କରାଯାଇଥିଲା।
  • ଆଇଆରଏନଏସଏସ-୧ଈ : ୧୪୨୫ କି:ଗ୍ରା: ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ପିଏସଏଲଭି-ସି୩୧ ରକେଟଦ୍ୱାରା ୨୦ ଜାନୁଆରୀ ୨୦୧୬ରେ ଉତକ୍ଷେପଣ କରାଯାଇଥିଲା।
  • ଆଇଆରଏନଏସଏସ-୧ଏଫ୍ : ୧୪୨୫ କି:ଗ୍ରା: ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ପିଏସଏଲଭି-ସି୩୨ ରକେଟଦ୍ୱାରା ୧୦ ମାର୍ଚ୍ଚ ୨୦୧୬ରେ ଉତକ୍ଷେପଣ କରାଯାଇଥିଲା।
  • ଆଇଆରଏନଏସଏସ-୧ଜି : ଏହା ନାବିକ ଉପଗ୍ରହପୁଞ୍ଜର ସପ୍ତମ ତଥା ଶେଷ ଉପଗ୍ରହ।୧୪୨୫ କି:ଗ୍ରା: ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ପିଏସଏଲଭି-ସି୩୩ ରକେଟଦ୍ୱାରା ୨୮ ଅପ୍ରେଲ ୨୦୧୬ରେ ଉତକ୍ଷେପଣ କରାଯାଇଥିଲା।

ଉଦ୍ଦେଶ୍ୟ

[ସମ୍ପାଦନା]
  • ଜଳ, ସ୍ଥଳ ଏବଂ ଆକାଶରେ ଦିଗ ନିର୍ଣ୍ଣୟ
  • ପ୍ରାକୃତିକ ବିପର୍ଯୟର ସଠିକ ସ୍ଥାନ ନିରୂପଣ ଏବଂ ସହାୟତା ପାଇଁ ଉଚିତ ମାର୍ଗ ନିରୂପଣ
  • ସଠିକ ସମୟ ନିରୂପଣ
  • ଗାଡି ଚାଳକ ମାନଙ୍କ ପାଇଁ ସ୍ଥାନ ଏବଂ ଦିଗର ସୂଚନା
  1. "କକ୍ଷପଥ ତଥ୍ୟ". Archived from the original on 30 ଡିସେମ୍ବର 2015. Retrieved 18 ଅଗଷ୍ଟ 2016.
  2. "How Kargil spurred India to design own GPS". The Times of India. 5 ଅପ୍ରେଲ 2014. ISSN 0971-8257. Retrieved 26 ଅଗଷ୍ଟ 2023.
  3. "India prepares to establish navigation satellite system". The Hindu (in Indian English). 26 ଜୁନ 2013. ISSN 0971-751X. Retrieved 26 ଅଗଷ୍ଟ 2023.